Introduction to Computer in Odia, Odia re computer sikhya-କୋମ୍ପୁଟର କଣ?
ବିଶ୍ଵ
ବ୍ରହ୍ମାଣ୍ଡର
ସମସ୍ତ
ଜୀବଜଗତ
ସୃଷ୍ଟିରେ
ମାନବ
ସୃଷ୍ଟି
ଭଶ୍ଵରଙ୍କର
ଏକ
ଅମୂଲ୍ୟ
ବରଦାନ
।
ମାନବ ସୃଷ୍ଟିର ଆଦିମକାଳରୁ ମନୁଷ୍ଯ ନିଜ ବୁଛି ବଳରେ ଅନେକ ବସ୍ତୁର ଉଭାବନ କରିଛି । ନିଜର ଖାଦ୍ୟ ସଂଗ୍ରହ ହେଉ କିମ୍ବା ଆତ୍ନରକ୍ଷା ପାଇଁ ହେଉ, ସେ ପ୍ରଥମେ ପ୍ରସ୍ତରଖଣ୍ଡ ବ୍ୟବହାର କରି ଜାଣିଲା, ଯାହା ଫଳରେ ଏହାକୁ ପ୍ରସ୍ତର: ଯୁଗ ବୋଲି କୁହାଗଲା। ସେହିପରି ଲୁହାର ବ୍ୟବହାର ସମୟକୁ ଲୌହଯୁଗ ଏବଂ ତମ୍ବାର ବ୍ୟବହାର ସମୟକୁ । ତାମ୍ରଯୁଗ ବୋଲି କୁହାଗଲା ।
କୋମ୍ପୁଟର କଣ?
କମ୍ପୁ୍ଟରର ବ୍ୟବହାରକୁ ତୁମେମାନେ ଉଣା ଅଧ୍କେ ଉପଲବ୍ଧ କରୁଥିବ । ସାଧାରଣତଃ ବ୍ୟାଙ୍କ, ଟିକେଟ ସଂରକ୍ଷଣ କେନ୍ଦ୍ର, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ବିମାନକେନ୍ଦ୍,ଦୂରଦର୍ଶନ, ବିଜ୍ଞାନାଗାର ଆଦିରେ କମ୍ପୁଟରର ବହୁଳ ଉପଯୋଗ ହେଉଥୁବାର ଦେଖିଥିବ ।
ଆଜିକାଲି କମ୍ପ୍ୟୁଟରର ପ୍ରୟୋଗ ପ୍ରତି ମୁହୂର୍ତରେ, ପ୍ରତିସ୍ଥାନରେ ଏତେ ଅପରିହାର୍ଯ୍ୟ ହୋଇପଡିଲାଣି ଯେ,କମ୍ପ୍ୟୁଟର ବିନା କୌଣସି କାର୍ଯ୍ୟକୁ ଠିକ୍ ଭାବରେ ସମାପନ କରିବା ଆମ ପକ୍ଷରେ କଷ୍ଟକର ହୋଇପଡୁଛି ।
ଏଥରୁ ଭାବିବା ଉଚିତ ନୁହେଁ ଯେ, ମନୁଷ୍ଯଠାରୁ କମ୍ପୁଟର ଅଧକ। ବୁଦ୍ଧିମାନ .
Note: -
Computer ଶବ୍ଦଟି ଲାଟିନ (Latin) ଶବ୍ଦ Computes ଏବଂ “Computer' ରୁ ଉଦ୍ଧୃତ | Computer ଶବ୍ଦଟି (Compute- ହିସାବ କରିବା) ହିସାବକାରୀ ଯନ୍ତ୍ର ଭାବରେ ନିଆଯାଇଥାଏ ।
Note: -
କମ୍ପ୍ୟୁଟର ମନୁଷ୍ୟର ଏକ ଉଦ୍ଭାବନ । ମନୁଷ୍ୟଦ୍ଵାରା ପ୍ରେରିତ ଅନୁଦେଶ ( ନିର୍ଦ୍ଦେଶ) ର ସାହାଯ୍ୟ ନେଇ କମ୍ପ୍ୟୁଟର କାର୍ଯ୍ୟକ୍ଷମ ହୋଇଥାଏ ।
ସଂକ୍ଷେପରେ କହିବାକୁ ଗଲେ, କମ୍ପ୍ୟଟର ଏକ ଇଲେକଟ୍ରୋନିକ୍ ଯନ୍ତ୍ର (Electronic Device), ଯାହା କିଛି ତଥ୍ୟ ବା ସୂଚନା (Data Information)କୁ ଗ୍ରହଣ କରି ତା'ର ବିଶ୍ଲେଷଣ ସହ ନିର୍ଦ୍ଦେଶ ମୁତାବକ ପ୍ରକ୍ରିୟାକରଣ (Processing) କରିଥାଏ ଏବଂ ଏହାକୁ ମହଜୁଦ (Store) କରିଥାଏ | ଆବଶ୍ୟକତା ଅନୁଯାୟୀ ମହଜୁଦ ତଥ୍ୟକୁ କମ୍ପୁଟର ବ୍ୟବହାରକାରୀଙ୍କୁ (Users) ପ୍ରଦାନ କରିଥାଏ ।
ଉଦାହରଣ ସ୍ଵରୂପ, ତୁମେ ଯେତେବେଳେ ରେଳଷ୍ଟେସନକୁ ଟିକେଟ ସଂରକ୍ଷଣ ପାଇଁ ଯିବ, ସେତେବେଳେ ଟିକେଟ୍ ସଂରକ୍ଷଣ କରିବା ପାଇଁ ଥବା ବ୍ୟକ୍ତି ତୁମଠାରୁ ଆବଶ୍ୟକ ତଥ୍ୟମାନ ଗ୍ରହଣ କରି ଏ ସମସ୍ତ ତଥ୍ୟକୁ କମ୍ପ୍ୟୁଟରକୁ ପ୍ରଦାନ କରିଥାଏ । କମ୍ପୁଟର ଏହି ନିବେଶ (Input) ତଥ୍ୟକୁ ରେଳଷ୍ଟେସନର ଏକ ଟକେଟ କାଉଣ୍ଟରର ଦୃଶ୍ୟ ଅନୁଶୀଳନ କରି ତଦନୁଯାୟୀ ପ୍ରକ୍ରିୟାକରଣ କରିଥାଏ; ଫଳରେ ଇପ୍ସିତ ଟିକେଟିକୁ ତୁମକୁ ମିଳିଥାଏ ।
Note: -
କମ୍ପୁଟରର ନିବେଶ ତଥ୍ୟକୁ ଗଚ୍ଛିତ କରି, ଅନୁଦେଶ ଅନୁଯାୟୀ ପ୍ରକ୍ରିୟାକରଣ କରେ ଏବଂ ଫଳାଫଳ (Output) ବ୍ୟବହାରକାରୀଙ୍କୁ ପ୍ରଦାନ କରେ ।
0 Comments